ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଏବଂ ଜିଲ୍ଲାପାଳ ଜେ. ସୋନାଲ ଉପସ୍ଥିତ ରହିଥିଲେ। ଜିଲ୍ଲାର ବିଭିନ୍ନ ପଞ୍ଚାୟତରୁ ବହୁ ହିତାଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମରେ ମନ୍ତ୍ରୀ, ବିଧାୟକ ଓ ଜିଲ୍ଲାପାଳ ନିଜ ହାତରେ ହିତାଧିକାରୀଙ୍କୁ ପ୍ରଥମ ଭତ୍ତା ପ୍ରଦାନ କରିଥିଲେ। ସାମାଜିକ ସୁରକ୍ଷା ଯୋଜନାର ସୁଫଳ ଯେପରି ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ସେଥିପାଇଁ ଏହି ପଦକ୍ଷେପକୁ ଗୁରୁତ୍ୱ ଦିଆଯାଉଛି।
ଜନକଲ୍ୟାଣ, ବିକାଶ ଓ ସାଧାରଣ ଲୋକଙ୍କ ସେବାକୁ ପ୍ରାଥମିକତା ଦେଇ ସରକାରଙ୍କ ଏହି ପଦକ୍ଷେପ ହିତାଧିକାରୀଙ୍କ ପାଇଁ ଏକ ଆଶାର କିରଣ ପାଲଟିଛି। ଭତ୍ତା ବଣ୍ଟନ କାର୍ଯ୍ୟକ୍ରମକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।




