ଆଜିର ରାଶିଫଳ: ୧୨ଟି ରାଶିର ଭାଗ୍ୟଫଳ, ଶୁଭ ରଙ୍ଗ, ଶୁଭ ସଂଖ୍ୟା ଓ ପ୍ରତିକାର

ଆଜି ଆପଣଙ୍କ ଦିନ କିପରି କଟିବ? କର୍ମକ୍ଷେତ୍ର, ବ୍ୟବସାୟ, ଚାକିରି, ପରିବାର, ପ୍ରେମ ଓ ଶିକ୍ଷା କ୍ଷେତ୍ରରେ କ’ଣ ରହିଛି ଆପଣଙ୍କ ଭାଗ୍ୟରେ? ପଢ଼ନ୍ତୁ ଆଜିର ମେଷଠାରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଦୈନିକ ରାଶିଫଳ। ଜାଣନ୍ତୁ ଆପଣଙ୍କ ଶୁଭ ରଙ୍ଗ, ଶୁଭ ସଂଖ୍ୟା ଓ ଦିନକୁ ଭଲ ଭାବେ ଆରମ୍ଭ କରିବା ପାଇଁ ଦିଆଯାଇଥିବା ପ୍ରତିକାର।

 ମେଷ ରାଶି
ଭାଗ୍ୟଫଳ: କର୍ମକ୍ଷେତ୍ରରେ ଶ୍ରମର ସୁଫଳ ମିଳିବ। ନୂତନ କାର୍ଯ୍ୟ ଆରମ୍ଭ ଓ ସାମାଜିକ ସମ୍ମାନ ବୃଦ୍ଧିର ଯୋଗ ରହିଛି। ଶିକ୍ଷାର୍ଥୀଙ୍କ ପାଇଁ ଦିନଟି ଅନୁକୂଳ ରହିପାରେ। ନୂଆ ଯାନବାହନ କିଣିବା ନେଇ ଯୋଜନା କରିପାରନ୍ତି।

ଶୁଭ ରଙ୍ଗ:ଲାଲ୍  
ଶୁଭ ସଂଖ୍ୟା:୯  
ପ୍ରତିକାର: ମା’ ଦତ୍ତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ।

 ବୃଷ ରାଶି
ଭାଗ୍ୟଫଳ: ଆନୁଷ୍ଠାନିକ କାର୍ଯ୍ୟ ଓ ସଭାସମିତିରେ ସମ୍ମାନ ମିଳିପାରେ। ରାଜନୈତିକ କ୍ଷେତ୍ରରେ ଉନ୍ନତିର ସୁଯୋଗ ରହିଛି। ମହିଳାମାନେ ଆନନ୍ଦରେ ସମୟ ବିତାଇବେ। ନୂଆ କଳା ଓ କୌଶଳ ଶିଖିବାର ସୁଯୋଗ ମିଳିପାରେ।

ଶୁଭ ରଙ୍ଗ: ଧଳା  
ଶୁଭ ସଂଖ୍ୟା: ୬  
ପ୍ରତିକାର: ମା’ ଭାର୍ଗବୀଙ୍କ ପୂଜାର୍ଚ୍ଚନା କରନ୍ତୁ।

 ମିଥୁନ ରାଶି
ଭାଗ୍ୟଫଳ: କାର୍ଯ୍ୟବ୍ୟସ୍ତତା ଯୋଗୁଁ ପାରିବାରିକ ଅଶାନ୍ତି ଦେଖାଦେଇପାରେ। ଦାମ୍ପତ୍ୟ ଜୀବନରେ ଛୋଟ କଥାକୁ ନେଇ ମତଭେଦ ହୋଇପାରେ। ବ୍ୟବସାୟ, କଳା ଓ ସାହିତ୍ୟ କ୍ଷେତ୍ରରେ ସମସ୍ୟାର ସମାଧାନ ହେବାର ସମ୍ଭାବନା ରହିଛି। ସହକର୍ମୀଙ୍କ ପରାମର୍ଶ ଦେଇ ପ୍ରଶଂସିତ ହୋଇପାରନ୍ତି।

ଶୁଭ ରଙ୍ଗ: ସବୁଜ  
ଶୁଭ ସଂଖ୍ୟା: ୫  
ପ୍ରତିକାର: ଦତ୍ତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ।

  କର୍କଟ ରାଶି
ଭାଗ୍ୟଫଳ: ଆପଣଙ୍କ ଉଦାର ସ୍ୱଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ସମାଜସେବା ଓ ରାଜନୀତିରେ ସୁନାମ ମିଳିପାରେ। ତେବେ ଆକସ୍ମିକ ସମସ୍ୟା ଦେଖାଦେଇପାରେ। ପୈତୃକ ସମ୍ପତ୍ତି ସମ୍ପର୍କିତ ବିଷୟରେ ସତର୍କ ରୁହନ୍ତୁ।

ଶୁଭ ରଙ୍ଗ: ଧଳା  
ଶୁଭ ସଂଖ୍ୟା:୨  
ପ୍ରତିକାର: ଗୁରୁଜନଙ୍କ ଚରଣ ସ୍ପର୍ଶ କରନ୍ତୁ।

ସିଂହ ରାଶି
ଭାଗ୍ୟଫଳ: କର୍ମକ୍ଷେତ୍ରର ଅଧୁରା କାମ ସମ୍ପୂର୍ଣ୍ଣ ହୋଇପାରେ। ସମସ୍ୟା ସତ୍ତ୍ୱେ ପରିସ୍ଥିତି ସୁଧୁରିବାର ସମ୍ଭାବନା ରହିଛି। ପ୍ରେମ ସମ୍ପର୍କ ମଧୁର ରହିପାରେ। ଯାନବାହନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

ଶୁଭ ରଙ୍ଗ: ନାରଙ୍ଗୀ  
ଶୁଭ ସଂଖ୍ୟା: ୧  
ପ୍ରତିକାର:ଶ୍ରୀବିଷ୍ଣୁଙ୍କ ଫଟୋ ପୂଜା କରନ୍ତୁ।

 କନ୍ୟା ରାଶି
ଭାଗ୍ୟଫଳ: ମନର ଇଚ୍ଛା ପୂରଣ ହେବାର ସୁଯୋଗ ରହିଛି। ବାଣିଜ୍ୟ, ପରିବହନ, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ମିଳିପାରେ। ଚାକିରିରେ ନିଜ ସ୍ଥିତିକୁ ମଜବୁତ କରିବା ସହ ଛାତ୍ରଛାତ୍ରୀମାନେ କ୍ୟାରିୟରରେ ଆଗକୁ ବଢ଼ିପାରନ୍ତି।

ଶୁଭ ରଙ୍ଗ: ସବୁଜ  
ଶୁଭ ସଂଖ୍ୟା: ୫  
ପ୍ରତିକାର: ସକାଳେ କୁକୁର ଓ କାଉଙ୍କୁ ଖାଦ୍ୟ ଦିଅନ୍ତୁ।

  ତୁଳା ରାଶି
ଭାଗ୍ୟଫଳ: ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ଭ୍ରମଣ ଯୋଗୁଁ କ୍ଳାନ୍ତି ଅନୁଭବ କରିପାରନ୍ତି। ମୂଲ୍ୟବାନ ଜିନିଷ ହଜିବା ନେଇ ଚିନ୍ତା ହୋଇପାରେ। ସନ୍ତାନଙ୍କ ଆଚରଣ ଯୋଗୁଁ ମାନସିକ ଚାପ ରହିପାରେ। ଚାକିରିଜୀବୀମାନେ ଉପରିସ୍ଥ ଅଧିକାରୀଙ୍କ ସ୍ନେହ ଓ ସମର୍ଥନ ପାଇପାରନ୍ତି।

ଶୁଭ ରଙ୍ଗ:ଧଳା  
ଶୁଭ ସଂଖ୍ୟା: ୬  
ପ୍ରତିକାର: ଭଗବାନ ପର୍ଶୁରାମଙ୍କ ଫଟୋ ପୂଜାର୍ଚ୍ଚନା କରନ୍ତୁ।

 ବିଛା ରାଶି
ଭାଗ୍ୟଫଳ: ସ୍ୱାସ୍ଥ୍ୟ ସମସ୍ୟାରୁ ଆରାମ ମିଳିବାର ସମ୍ଭାବନା ରହିଛି। ପରିବାରର ସହଯୋଗରେ ଅଧୁରା କାମ ପୂରଣ ହେବ। ବ୍ୟବସାୟରେ ଶୀଘ୍ର ନିଷ୍ପତ୍ତି ଲାଭଦାୟକ ହୋଇପାରେ। ଆଇନଗତ ମାମଲାରେ ବିଳମ୍ବ ଯୋଗୁଁ ଚିନ୍ତା ବଢ଼ିପାରେ।

ଶୁଭ ରଙ୍ଗ: ଲାଲ୍  
ଶୁଭ ସଂଖ୍ୟା: ୯  
ପ୍ରତିକାର:ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ।

  ଧନୁ ରାଶି
ଭାଗ୍ୟଫଳ: ଅଫିସର ଗୁରୁତ୍ୱପୂର୍ଣ୍ଣ କାମରେ ବାଧା ଆସିପାରେ। ତରବରିଆ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ। ରାଜନୀତିରେ ଜନସମର୍ଥନ ମିଳିପାରେ। ସନ୍ତାନଙ୍କ ଉଚ୍ଚଶିକ୍ଷା ସମ୍ପର୍କିତ ବିଷୟରେ ଅଧିକ ଧ୍ୟାନ ଦେବାକୁ ପଡ଼ିପାରେ।

ଶୁଭ ରଙ୍ଗ: ହଳଦିଆ  
ଶୁଭ ସଂଖ୍ୟା: ୩  
ପ୍ରତିକାର:ଶ୍ରୀରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ।

  ମକର ରାଶି
ଭାଗ୍ୟଫଳ:ପ୍ରେମ ସମ୍ପର୍କରେ ସଫଳତା ମିଳିପାରେ। ବ୍ୟବସାୟରେ ଲାଭର ସୁଯୋଗ ରହିଛି। ଆବଶ୍ୟକତା ପୂରଣ ପାଇଁ ଧାରକରଜ କରିବାକୁ ପଡ଼ିପାରେ। ରାଜନୈତିକ କ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସମର୍ଥନ ମିଳିପାରେ। ରାସ୍ତାରେ ଯାତାୟାତ ସମୟରେ ସତର୍କ ରୁହନ୍ତୁ।

ଶୁଭ ରଙ୍ଗ: ନୀଳ  
ଶୁଭ ସଂଖ୍ୟା: ୮  
ପ୍ରତିକାର: ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରନ୍ତୁ।

  କୁମ୍ଭ ରାଶି
ଭାଗ୍ୟଫଳ: ପାରିବାରିକ କ୍ଷେତ୍ରରେ ଭୁଲ୍ ଖବର ପାଇ ଚିନ୍ତିତ ହୋଇପାରନ୍ତି। ଶିକ୍ଷା କ୍ଷେତ୍ରରେ ଆଶା ପୂରଣ ହେବାର ଯୋଗ ରହିଛି। ବ୍ୟବସାୟ, ବାଣିଜ୍ୟ ଓ କୋର୍ଟକଚେରି ମାମଲାରେ ଶୁଭଫଳ ମିଳିପାରେ। ନିକଟତର ବନ୍ଧୁଙ୍କ ସହ ବ୍ୟବହାରରେ ସତର୍କ ରୁହନ୍ତୁ।

ଶୁଭ ରଙ୍ଗ: ନୀଳ  
ଶୁଭ ସଂଖ୍ୟା:୮  
ପ୍ରତିକାର: ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ।

  ମୀନ ରାଶି
ଭାଗ୍ୟଫଳ: ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ। ଅଫିସରେ ସହକର୍ମୀଙ୍କ ସହ ଭଲ ବ୍ୟବହାର କରନ୍ତୁ। ଆୟର ନୂଆ ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ପ୍ରଶଂସା ପାଇପାରନ୍ତି।

ଶୁଭ ରଙ୍ଗ: ହଳଦିଆ  
ଶୁଭ ସଂଖ୍ୟା: ୩  
ପ୍ରତିକାର:ତାରାଙ୍କ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ।